ଘର ଚଟିଆ ସୁରକ୍ଷା ଅଭିଯାନରେ ସାମିଲ ହେଲା ରାଇଝୋଳ ଗ୍ରାମ

add-all

କୁକୁଡାଖଣ୍ଡି : ଆଜି ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କୁକୁଡାଖଣ୍ଡି ବ୍ଲକର ରାଇଝୋଳ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘର ଚଟିଆ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାପତି ସାଗର କୁମାର ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କେ. ଇନ୍ଦିରା ଦେବୀ ଯୋଗ ଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଘର ଚଟିଆ ତଥା ପରିବେଶ ସୁରକ୍ଷାରେ ଛାତ୍ର ଛାତ୍ରୀଙ୍କ ଭୂମିକା ବିଷୟରେ ବୁଝାଇ ଥିଲେ l ଛାତ୍ରଛାତ୍ରୀମାନେ ଗ୍ରାମରେ ଘର ଚଟିଆକୁ ସଂରକ୍ଷଣ ସହ ସେମାନଙ୍କ ଯତ୍ନ ପାଇଁ ଶପଥ ପାଠ କରିଥିଲେ l ପରିଷଦ ତରଫରୁ ଛାତ୍ର ଛାତ୍ରୀମାନଙ୍କୁ କୃତିମ ବାସ, ଖାଦ୍ୟ ସ୍ଥଳୀ ବଣ୍ଟନ ସହ ସ୍ବେଛାସେବୀ ମାନଙ୍କ ଦ୍ୱାରା ଗ୍ରାମର ଘର ଆଗରେ କୃତିମ ବସା ଓ ଖାଦ୍ୟ ଥଳି ସ୍ଥାପନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ସମାଜସେବୀ ବଦ୍ରୀନାଥ ସାବତ, ଦୁର୍ଗା ଶଙ୍କର ପାଢ଼ୀ,ଶିକ୍ଷୟତ୍ରୀ ସ୍ପିନିତା ପାଢ଼ୀ, ସୁପ୍ରଭା ଚୌଧୁରୀ,ସମ୍ପାଦକ ବିଜେନ୍ଦ୍ର ମାଝୀ,ନଳିନୀକାନ୍ତ ପରିଡା, ରାକେଶ ବିଷୋୟୀ,ପୁରୁଷୋତ୍ତମ ସ୍ୱାଇଁ, ସଞ୍ଜୟ ପାତ୍ର,ଶ୍ରୀକାନ୍ତ ମହାନ୍ତି, ବନମାଳୀ ପ୍ରଧାନ,କାହ୍ନୁ ଚରଣ ଗୌଡ଼, ପିଲି ଗୌଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.