ପୁରୀ ଦୁର୍ଘଟଣାର ପ୍ରଭାବ: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

add-all

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପିର ସଭାପତି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। କେବଳ ସଭାପତି ନିର୍ବାଚନ ନୁହେଁ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ହେବାକୁ ଥିବା ନିର୍ବାଚନକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ କରାଯାଇଛି।

ଏନେଇ ସୂଚନା ଦେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ପୁରୀରେ ଘଟିଥିବା ଦୁର୍ଘଟଣା ପାଇଁ ଆମେ ସମସ୍ତେ ମର୍ମାହତ। ଏହି ଦୁଃଖଦ ସମୟରେ ଦଳ ନିଜର ସମସ୍ତ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।”

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ପରେ ନିର୍ବାଚନର ପରବର୍ତ୍ତୀ ତାରିଖ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ହେବାର ଥିବା ବେଳେ ଜୁଲାଇ ୧ ତାରିଖ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ମତଦାନ ଏବଂ ସେହିଦିନ ଅପରାହ୍ଣ ୧୨ଟା ୩୦ରେ ଫଳାଫଳ ଘୋଷଣା ହେବାର ଥିଲା, ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ad-week
Leave A Reply

Your email address will not be published.