ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ମାମଲା: ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ

add-all

ପୁରୀ/ଭଦ୍ରକ/ସୁନ୍ଦରଗଡ଼: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ସୁନ୍ଦରଗଡ଼ ଓଏଏସ୍ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଡ଼ାକରା ଦିଆଯାଇଛି। ଓଏଏସ ସଙ୍ଘ ପକ୍ଷରୁ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହାକୁ ଅମାନୁଷିକ, ବର୍ବରୋଚିତ ବୋଲି କହି ଜିଲ୍ଲା ଓଏଏସ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ପୁରୀରେ ଓଏଏସ ସଂଘର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନେଇ ସଂଘ ଗୋଟିଏ ଦିନ ସମୟ ଦେଇଛି । ଆସନ୍ତାକାଲି ବୁଧବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନହେଲେ ସବୁ ଅଫିସର ସମୂହ ଛୁଟିରେ ଯିବେ ବୋଲି ସଂଘ କହିଛି। ରଥଯାତ୍ରାରେ କାମ ବନ୍ଦ ନିଷ୍ପତ୍ତିକୁ ଅଧିକାଂଶ ଅଫିସର ଗ୍ରହଣ କଲେନି। ଏଣୁ ଗୋଟିଏ ଦିନ ସମୟ ଦେବାକୁ ସାମୂହିକ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ଘଟଣାକୁ ବିରୋଧ କରି ଭଦ୍ରକ ଓଏଏସ ତଥା ଓଆର୍‌ଏସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଛି। ଏଭଳି ନିନ୍ଦନୀୟ କାର୍ଯ୍ୟକୁ ସଂଘ ପକ୍ଷରୁ ନିନ୍ଦା କରାଯାଇ ଜିଲ୍ଲାପାଳଙ୍କୁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.