ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା: ଜଗନ୍ନାଥ କହିଲେ ମୋତେ କରିଥିଲେ ଦୁର୍ବ୍ୟବହାର

youtube

ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗଣମାଧ୍ୟମରେ ସବୁ ସତ କହିଛନ୍ତି ଜଗନ୍ନାଥ । ମୋତେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ । ଜଣେ ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ୍‍ କରିଥିଲି । ୩୪ନମ୍ବର ୱାର୍ଡର ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଜାତି ନେଇ ଆକ୍ଷେପ କରିବା ସହ ଚାକିରିରୁ ବାହାର କରିବାକୁ ଧମକାଇଥିଲେ । ମୁଁ ପଚାରିବାରୁ ମୋତେ ତମେ କିଏ, କାହିଁକି ପଚାରୁଛ କହି ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ସୋସିଆଲ ମିଡ଼ିଆରେ ଗୋଟିଏ ହାତରେ ତାଳି ବାଜେନି ବୋଲି ଲେଖିଥିଲି ।
ସୋମବାର ବିଏମସି ଅତିରିକ୍ତ କମିଶନରଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତମାନେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି । ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି ।

Leave A Reply

Your email address will not be published.