ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ

add-all


ବ୍ରହ୍ମପୁର : ବର୍ତ୍ତମାନ ଅଶାନ୍ତ ହୋଇପଡିଛି ଗଞ୍ଜାମ ପୋଲିସ ଜିଲ୍ଲା, ଆଇନ ଶୃଙ୍ଖଳା ସମ୍ପୂର୍ଣ ଭୁଶୁଡି ପଡିଛି କହିଲେ କିଛିବି ଭୁଲ ହେବ ନାହିଁ l ସୂଚନା ଥାଉକି ଛତ୍ରପୁର ଥାନା ଅର୍ନ୍ତଗତ ଗୋବା ଗ୍ରାମର ୩ଜଣ ଯୁବକ ଆଜି ସକାଳେ ଚୁଟି କାଟିବାକୁ ତାରାତାରିଣୀ ଛକ ନିକଟକୁ ଯାଉଥିଲେ। ଏହି ସମୟରେ ସେହି ଗ୍ରାମର ୮ରୁ ୧୦ ଜଣ ଯୁବକ ଆସି ବିଭିନ୍ନ ମାରଣା ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ତୋଫାନ ସ୍ୱାଇଁ ନାମଙ୍କ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ତୋଫାନର ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ଏମକେସିଜି ମେଡିକାଲ ଆଶୁ ଚିକିତ୍ସା ବିଭାଗ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ପୋଲିସ ଘଟଣା କୁ ନେଇ ଛାନ ଭିନ କରୁଛି |

ad-week
Leave A Reply

Your email address will not be published.