
ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା ଯାଇଛି। ଭିତର ଭଣ୍ଡାର ଘରରେ ଅନେକ ପଥର ବଦଳାଇ ଥିବା ବେଳେ ସମସ୍ତ ବିମ୍ କୁ ଶକ୍ତ କରଯାଇଛି ।
ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରାଯାଉଛି। ସମୁଦାୟ ୧୪ ଟି ଵିମ୍ ମରାମତି କରାଯାଇଅଛି । ପର୍ଯାୟକ୍ରମେ ରତ୍ନ ଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ମରାମତି କାମ କରିଛନ୍ତି। ଶ୍ରୀମନ୍ଦିରର ସମସ୍ତ ରୂପା ଦ୍ୱାରକୁ ପରିଷ୍କାର ସହ ବଳକା ଥିବା ଦ୍ୱାରକୁ ବର୍ମାଟିକ କାଠରେ ନୂଆ କବାଟ ଲଗାଯାଉଛି l ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ଷ୍ଟେନଲେସ ଷ୍ଟିଲର କନକ ମୁଣ୍ଡି ଲଗାଯାଉଅଛି ।