ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍

youtube

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି ।  ତେବେ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍ ।  ପୂଜାର୍ଚ୍ଚନା ପରେ ହୀରାକୁଦ ଗେଟ୍ ଖୋଲାଯିବା ନେଇ ଘୋଷଣା କରାଯାଇଛି ।

ତେବେ ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯାଇଥିଲା ।  ୪୮ ଘଣ୍ଟା ଡାକବାଜି ଯନ୍ତ୍ରରେ ପ୍ରଚାର କରିବା ପରେ ରବିବାର ସକାଳ ୧୦ଟାରେ ଗେଟ୍ ଖୋଲାଯିବ ।

Leave A Reply

Your email address will not be published.