ଶୀଘ୍ର ପ୍ରଦାନ କରାଯିବ ବନ୍ୟା କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ବର: ଦିନେ ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡିବ । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ରହିଛି। ପାଣି ଆଉ ବଢୁନି। ଜଳ ନିଷ୍କାସନରେ ସମୟ ଲାଗୁଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈତରଣୀ ବନ୍ୟା ପ୍ରଭାବରେ ଗୁଡିଏ ପଞ୍ଚାୟତ ପାଣି ଘେରରେ ଥିଲ।. କେନ୍ଦୁଝରଜିଲ୍ଲା ଆଂଶିକ ପ୍ରଭାବିତ ହୋଇଛି।

ଯେଉଁମାନେ ରିଲିଫ ସେଣ୍ଟରରେ ଅଛନ୍ତି, ସେମାନଙ୍କ ପାଇଁ ୭ ଦିନ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଛି ଆବଶ୍ୟକ ପଡିଲେ ସମୟ ସୀମା ବଢ଼ାଯିବ। କ୍ଷୟକ୍ଷତି ଆକଳନ ଆରମ୍ଭ ହେଲାଣି। ପାଣି ଛାଡ଼ିବା ପରେ ଘର କ୍ଷୟକ୍ଷତି ରିପୋର୍ଟ ଆସିବ। ଯେତେ ଶୀଘ୍ର ହୋଇ ପାରିବ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.