ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

youtube

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ସିବିଆଇ ଚଢ଼ାଉ ମାମଲାରେ ମିଳିଲା ସାମୟିକ ଆଶ୍ବସ୍ତି । ପରବର୍ତ୍ତୀ ଶୁଣାଣି ଯାଏ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଓଡିଶା ବ୍ରିଜ୍ ଏଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଗତ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଫେବୃଆରୀ ମାସରେ ବିଷ୍ଣୁ ପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ଣୁପଦ ।

ସରକାରୀ ବାସଭବନ ତଥା ଫରେଷ୍ଟ ପାର୍କର କଡ଼ରେ ଥିବା କ୍ବାର୍ଟର ୫-ଆର ୪ରେ ରେଡ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ୮ ଜଣିଆ ସିବିଆଇ ଟିମ୍ ବିଷ୍ଣୁପଦଙ୍କ ଘରେ ପଶି ଛାନଭିନ କରିଥିଲେ ।

କିନ୍ତୁ ଗତ ମାସ ୨୦ ତାରିଖରେ ବିଷ୍ଣୁପଦଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଯାହାଦ୍ୱାରା ଗିରଫଦାରୀର ସମ୍ଭାବନା ବଢିଥିଲା । ତେବେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ଲାଗି ଆଇଏଏସ୍ ବିଷ୍ଣୁପଦ ସେଠୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.