ଋଷିକୂଲ୍ୟା ନଦୀର ଚୋରାବାଲି ରେମ୍ପର ଗର୍ତ୍ତରେ ବୁଡି ବୃଦ୍ଧମୃତ !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ଋଷି କୂଲ୍ୟା ନଦୀର ଲକ୍ଷ୍ମୀପୁର ବାଲି ଘାଟରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ପୁର ଗ୍ରାମର ସୀତାରାମ ଗୌଡ଼। ସୀତାରାମ ସ୍ନାନ କରିବାକୁ ଋଷି କୂଲ୍ୟା ନଦୀକୁ ଯାଇଥିବାଳେ ସେଠାରେ ଚୋରା ବାଲି ମାଫିଆ ମାନେ ବାଲି ଉତ୍ତୋଳନ ସକାଶେ ରେମ୍ପ ନିର୍ମାଣ କରିଥିଲେ ସୀତାରାମ ସେ ଗର୍ତ୍ତ ଭିତରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗ ପହଁଞ୍ଚି ସୀତାରାମ କୁ ଉଦ୍ଧାର କରିବାବେଳେ ତାଙ୍କର ମୃତ୍ୟୁ ଘଟି ଯାଇଥିଲା । ଧରାକୋଟ ପୋଲିସ ପହଁଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ଆସିକା ପଠେଇ ଥିବା ଜଣାପଡିଛି।ଧରାକୋଟ ଅଞ୍ଚଳରେ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ଜେସିବି ଦ୍ୱାରା ବାଲି ଉତ୍ତୋଳନ କରିବା ଫଳରେ ନଦୀ ଗର୍ଭରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ବର୍ଷା ଦିନେ ଲୋକେ ନଦୀକୁ ଶୌଚ ହେବାକୁ ଯିବା ବେଳେ ଏଭଳି ଗର୍ତ୍ତ ଗୁଡିକ ରେ ଫସି ଅକାଳରେ ମୃତ୍ୟୁ ବରଣ କରୁଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।

ad-week
Leave A Reply

Your email address will not be published.