କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ : ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ଅବଦାନ ଅତୁଳନୀୟ


ବାଲିଗୁଡ଼ା, ତା, ୨୯/୦୯ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ା ସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ।
ସଭାରେ କବିବର ରାଧାନାଥ ରାୟଙ୍କ ଜୀବନୀ, ସାହିତ୍ୟ ସୃଷ୍ଟି ଏବଂ ଓଡ଼ିଆ ସାହିତ୍ୟର ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚକ ମାନେ ରାଧାନାଥଙ୍କ ସାହିତ୍ୟ ସୃଷ୍ଟି ଓ ଭାଷା ଶୈଳୀ ଓଡ଼ିଆ ସାହିତ୍ୟକୁ ଏକ ନୂଆ ଦିଗ ଦେଇଥିବା ମତବ୍ୟକ୍ତ କରିଥିଲେ। ଶିକ୍ଷକ ତୀର୍ଥବାସୀ ଘଡ଼େଇ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ। ଆଲୋଚକ ଭାବେ କୈଳାଶ ବେହେରା, ବିଶ୍ୱେଶ୍ୱର ଆଚାର୍ଯ୍ୟ, ସ୍ନେହଲତା, ସୁଲୋଚନା କହଁରଙ୍କ ସମେତ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସାରଗର୍ଭକ ହୋଇଥିଲା।

ad-week
Leave A Reply

Your email address will not be published.