ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି, ମିଳିବ ଅନେକ ପ୍ରକାର ସୁବିଧା

add-all

ଭୁବନେଶ୍ୱର: ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି। ଦିଲ୍ଲୀରୁ ଫେରି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କେନ୍ଦ୍ର ଗୃହ, ସମବାୟ ମନ୍ତ୍ରୀ ଶାହଙ୍କ ସହ ବୈଠକ ପରେ ଦେଲେ ସୂଚନା। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି। ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ।

ସମିତିରେ LPG ଗ୍ୟାସ୍ ବିତରଣ ଓ ଔଷଧ ଦୋକାନ ରହିବ। ପେଟ୍ରୋଲ୍ ପମ୍ପ୍‌, ଜନ ସେବା କେନ୍ଦ୍ର, ଡାଇରୀ ଫାର୍ମ, ଦୁଗ୍ଧ ବିତରଣ ବ୍ୟବସ୍ଥା ରହିବ। ଲୋକଙ୍କ ଘର ପାଖରେ ସୁବିଧା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। ଲାଭ ପାଇଁ ନୁହେଁ, ସେବା ପାଇଁ କାମ କରିବ ସମବାୟ ସମିତି। ଏଥିସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ ବୋଲି କହିଛନ୍ତି ପ୍ରଦୀପ ବଳ ସାମନ୍ତ।

ad-week
Leave A Reply

Your email address will not be published.