
ପୁରୀ : ପୁରୀ ରଥଯାତ୍ରା ଦଳାଚକଟା ସଂପର୍କିତ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାକୁ ପ୍ରଦାନ କରନ୍ତୁ । ଅନେକ ଲୋକ ଶରଧାବାଲିରେ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯାହାକି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।
ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । କିଛି ଲୋକଙ୍କୁ ପଚରାଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି କହିଛନ୍ତି ଉନ୍ନୟନ କମିଶନର । ପୁରୀରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚିତ ଦଳାଚକଟା ମାମଲାର ତଦନ୍ତରେ ଉନ୍ନୟନ କମିଶନର-କମ-ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କ ଏକ ଚାରି ଜଣିଆ ଦଳ ଗଠନ କରିଛନ୍ତି ।