ଶରଧାବାଲିରେ ଦଳାଚକଟା ଅଘଟଣ ପାଇଁ ସତ୍ୟବାଦୀ ବିଧାୟକ ଦାୟୀ: ଆପ୍

youtube

ପୁରୀ: ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ । ଏଭଳି ଅଭିଯୋଗ ଆଣି ଆଜି ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବାର୍ଷିଛି ପୁରୀ ଆମ ଆଦମୀ ପାର୍ଟି ।

ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ, ଯେଉଁ ଭିଡ଼ିଓ ଟିରେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶ୍ରୀମନ୍ଦିର ଭିତରକୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର । ଏହା ପୂର୍ବରୁ ନିଜ ସୋସିଆଲ ମିଡ଼ିଆ ଫେସବୁକ ଆକାଉଣ୍ଟରେ ଗତ ୨୨ ଜୁନ୍ ୨୦୨୫ରେ ତାଙ୍କ ନିଜ କକେଇ ଗୌତମ ମିଶ୍ରଙ୍କର ପରଲୋକ ଘଟିଥିଲା । ଯାହାକୁ ସେ ନିଜେ ସେୟାର କରିଥିଲେ ।

ଏହି ସମୟରେ ସେ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ପରମପୂଜ୍ୟ ପିତୃଦେବ ମୋର କକେଇ ଦେବବ୍ରତ ମିଶ୍ରଙ୍କ ଆକସ୍ମିକ ବିୟୋଗ ଘଟିଥିବାରୁ ମୁଁ ଗଭୀର ଶୋକ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ’ । ଅର୍ଥାତ ତାଙ୍କ ବାପାଙ୍କ ସାନ ଭାଇ କକେଇ ସତ୍ୟବ୍ରତ ମିଶ୍ରଙ୍କ ଦେହାନ୍ତ ହୋଇଛି ବୋଲି ସେ ପୋଷ୍ଟ କରିଥିଲେ ।

ହିନ୍ଦୁ ଓ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ପରିବାରରେ କୌଣସି ବ୍ୟକ୍ତିଙ୍କ ଯଦି ଦେହାନ୍ତ ହୁଏ ତେବେ ୧୦ ଦିନ କର୍ମ ନଗଲା ପର୍ଯ୍ୟନ୍ତ ସେ ଶୁଦ୍ଧି ହୋଇନଥାନ୍ତି, ସେଥିପାଇଁ ତାଙ୍କୁ ଅଶୌଚ ଲାଗିଥିଏ । ଯଦି ବିଧାୟକଙ୍କ କକେଇଙ୍କର ଜୁନ୍ ୨୨ରେ ପରଲୋକ ହେଲା, ତେବେ ତାଙ୍କର ଶୁଦ୍ଧିକର୍ମ ସରି ନଥିବା ବେଳେ ଅର୍ଥାତ୍ ଜୁନ୍ ୨୭ତାରିଖରେ ସେ କିପରି ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କଲେ? ହିନ୍ଦୁ ପରମ୍ପରା ଅନୁସାରେ ଅଶୌଚ ପରେ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ କୌଣସି ମନ୍ଦିରକୁ ଯିବାର ବିଧି ନାହିଁ I ସାଧାରଣତଃ ଆମ ପରମ୍ପରାରେ ୧୨ଦିନ ପର୍ଯ୍ୟନ୍ତ ଅଶୌଚ ଲାଗିଥ ଗିଥାଏ । ହେଲେ ବିଧାୟକ କିପରି ଏହାକୁ ଭୁଲିଗଲେ ବୋଲି ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୋଟି ଓଡ଼ିଆଙ୍କ ଭାବର ଆବେଗକୁ କୁଠାରଘାତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା ପାଇଁ ଦଳୀୟ ନେତା-ମନ୍ତ୍ରୀଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିରେ ଦର୍ଶନ ପାଇଁ ନିଶଙ୍କୋଚରେ ଉତ୍ତରଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଉପସ୍ଥିତ ମୁଖ୍ୟମନ୍ତ୍ରୀ, ନେତା ଓ ସେବାୟତଙ୍କୁ ଛୁଇଁ ସେମାନଙ୍କୁ ଅଶୁଦ୍ଧ କରିବା ସହିତ ମାରା କରିଥିଲେ । କେବଳ ମନ୍ଦିର ଯେ ଯାଇଛନ୍ତି, ତାହା ନୁହେଁ, ରଥଯାତ୍ରାରେ ଭିଆଇପିଙ୍କ ପାଇଁ ହୋଇଥିବା ସମସ୍ଥ ବ୍ୟବସ୍ଥାରେ ସାମିଲ ମଧ୍ୟ ହୋଇ ରଥଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ସହ ରଥ ମଧ୍ୟ ଭିଡିଥିଲେ ।

ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କର ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାରୁ ଅନେକ ତାଙ୍କୁ କଟାକ୍ଷ କରି ରଥଯାତ୍ରା ଦିନ ଘଟିଥିବା ଅଘଟଣ ଓମ ପ୍ରକାଶଙ୍କ ଯୋଗୁ ଘଟିଛି ବୋଲି ଦୋଷାରୋପ କରିଛନ୍ତି । ସବୁବେଳେ ତାଙ୍କ ଦଳ ହିନ୍ଦୁତ୍ବର କଥା କହୁଥ‌ିବା ଏବଂ ଧର୍ମକୁ ନେଇ ସବୁବେଳେ ରାଜନୀତି କରି ଆସୁଥିବା ବିଜେପିର ଜଣେ ବିଧାୟକ କିପରି ଜଗନ୍ନାଥ ସଂସ୍କୃତି, ପ୍ରଥା ଓ ପରମ୍ପରା ଭୁଲିଗଲେ; ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସଂଜୀବ ମହାନ୍ତି ଓ ଜଗନ୍ନାଥ ପ୍ରେମୀଙ୍କ ସହ ଜନସାଧାରଣ । ଏଥିସହିତ ଶ୍ରୀ ମିଶ୍ର ଲଣ୍ଡା ହୋଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପାର୍ଥନା କରିବା ସହିତ ସମସ୍ଥ ୧୬ ବ୍ରାହ୍ମଣ ଶାସନୀ ବ୍ରାହ୍ମଣଙ୍କ ନିକଟରେ ଭୁଲ ମାଗିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.