
ରାଉରକେଲା:ଗତ ସପ୍ତାହେ ଧରି ବ୍ରାହ୍ମଣୀରେ ଜଳସ୍ତର ବଢୁଥିବାରୁ ଶୁକ୍ରବାର ମନ୍ଦିରା ଡ୍ୟାମ୍ର ୧୧ଟି ଗେଟ୍ରୁ ୮ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ର ଜଳସ୍ତର ୬୭୮.୯୦ ଫୁଟ୍ ରହିଛି । ଝାଡ଼ଖଣ୍ଡରେ ଲଗାଣବର୍ଷା କାରଣରୁ ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି।
ଡ୍ୟାମ୍ ଭିତରକୁ ସେକେଣ୍ଡରେ ୨୮୬୦୭ କ୍ୟୁସେକ୍ ଜଳ ଆସୁଛି ଓ ୨୮୫୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍ର ୬ଟି ଗେଟ୍ ୮ ଫୁଟ୍ ଲେଖାଏଁ ଖୋଲାଯାଇଛି। ବ୍ରାହ୍ମଣୀର ଜଳସ୍ତର ୧୭୩.୭୦୦ ମିଟର ରହିଛି। ବ୍ରାହ୍ମଣୀର ବିପଦସଂକେତ ୧୭୮.୪୨୦ ମିଟର ଓ ସତର୍କ ଜଳସ୍ତର ୧୭୭.୫୧୦ ମିଟର ରହିଛି ।
ସପ୍ତାହକ ପୂର୍ବରୁ ପାନପୋଷ ବାଲୁଘାଟ ଅଞ୍ଚଳରେ ୪ରୁ ଅଧିକ ବସ୍ତିରେ ବନ୍ୟାଜଳ ପଶିଥିଲା। କ୍ଷତିଗ୍ରସ୍ତ ପରିବାର ଦୁଇଟି ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ । ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା।