ସିଂହଦ୍ଵାର ସମ୍ମୁଖରେ ତିନି ରଥ

add-all

ପୁରୀ: ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି।

ଶନିବାର ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯିବା ପରେ ରଥରେ ଛେରାପହଁରା କରାଯାଇଥିଲା। ଏହା ପରେ ଅନ୍ୟାନ୍ୟ ନୀତି ସମାପନ କରାଯାଇଥିଲା। ସମସ୍ତ ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧାମୂର୍ତ୍ତି ଆଗପଛ ହୋଇ ବାହୁଡ଼ା ଯାତ୍ରାରେ ବାହାରିଥିଲେ।

ଆଗରେ ବଡ଼ଭାଇ ଶ୍ରୀବଳଭଦ୍ର ତାଳଧ୍ବଜ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆସିଥିଲେ। ତାଳଧ୍ବଜ ରଥ ପ୍ରଥମେ ସିଂହଦ୍ଵାର ଆଗରେ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ରାତି ପ୍ରାୟ ସାଢ଼େ ୯ଟା ସୁଦ୍ଧା ତିନି ରଥ ସିଂହଦ୍ଵାର ସମ୍ମୁଖରେ ପହଞ୍ଚି ସାରିଥିଲା। ଏହା ପରେ ଶ୍ରଦ୍ଧାଳୁମାନେ ରଥରେ ଦିଅଁଙ୍କୁ ଦର୍ଶନ କରିଥିଲେ।

ରବିବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏହା ପରେ ସୋମବାର ଅଧରାପଣା ନୀତି ଏବଂ ମଙ୍ଗଳବାର ନୀଳାଦ୍ରିବିଜେ ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.