ନୟାଗଡ : ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ…

youtube


ନୟାଗଡ଼: ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ଆଶାୟୀ ମାନେ ପୋଲିସ ବିଭାଗ ଦ୍ଵାରା ପ୍ରକାଶିତ ନିଯୁକ୍ତି ଚିଠାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ।ଜିଲ୍ଲା ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ସର୍ତ୍ତାବଳୀ କୁ ଖୋଲା ଉଲଂଘନ କରାଯାଇ ମନଇଚ୍ଛା ନିଯୁକ୍ତି ଦିଆଯାଇଛି ବୋଲି ଆଶାୟୀ ମାନେ ଅଭିଯୋଗ କରିଛନ୍ତି ।ଗୃହରକ୍ଷୀ ଚୟନ ପାଇଁ ସମୁଦାୟ ୧୦୦ମାର୍କ ପରୀକ୍ଷାରୁ ୬୦ ମାର୍କ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଭିନ୍ନ ଟ୍ରେଡ ପରୀକ୍ଷା ତଥା ସାକ୍ଷାତକାର ପରୀକ୍ଷା ମାର୍କ ମିଶାଇ ଅବଶିଷ୍ଟ ୪୦ ମାର୍କ ପରୀକ୍ଷା ଫଳ ପ୍ରକାଶିତ କରାଯାଇ ନଥିବାରୁ ଏହି ନିଯୁକ୍ତି ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଯଦି ୧୦୦ ମାର୍କ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ ପ୍ରାର୍ଥୀ ମାନେ ନିଯୁକ୍ତି ପାଇବେ ବୋଲି ବିଜ୍ଞାପନରେ ଦର୍ଶାଯାଇଥିବା ବେଳେ ୮୦ ନମ୍ବର ଆଧାରରେ ଗୃହରକ୍ଷୀ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆସିଛି ।ଗୃହରକ୍ଷୀ ନିଯୁକ୍ତି ରେ ହୋଇଥିବା ନିଯୁକ୍ତି ଜାଲିଆତିରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତ୍ରୀ ଙ୍କ ଚାପକୁ ପୋଲିସ ଯଥେଷ୍ଟ ଗୁରୁତ୍ଵ ଦେଉଥିବାର ଅଭିଯୋଗ ଆସିଛି ।
ନୟାଗଡ଼ ସଦର ଥାନା ପାଇଁ ବିଜ୍ଞାପନ ଅନୁସାରେ ୧୫ଟି ଗୃହରକ୍ଷୀ ପଦବୀ ନିର୍ଦ୍ଧାରିତ ହୋଇଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ ।କିନ୍ତୁ ଚୁଡାନ୍ତ ତାଲିକାରେ ୬ଜଣଙ୍କୁ ନିଯୁକ୍ତି ଦିଆଯାଇ ଅବଶିଷ୍ଟ ୯ ଗୋଟି ପଦବୀ ଅନ୍ୟ ଥାନାକୁ ଦିଆଯିବା ଭଳି ସଙ୍ଗୀନ ତ୍ରୁଟି କରାଯାଇ ମୂଳ ବିଜ୍ଞାପନକୁ କାର୍ଯ୍ୟକାରୀ କରାଯାଇନାହିଁ । ନୟାଗଡ଼ ଜିଲ୍ଲାରେ ହୋଇଥିବା ଗୃହରକ୍ଷୀ ନିଯୁକ୍ତି ରେ ସମସ୍ତ ନୀତି ନିୟମ ଉଲଂଘନ କରାଯାଇ ମନଇଚ୍ଛା ନିଯୁକ୍ତି ଦିଆଯାଇ ଥିବା ପ୍ରତିବାଦରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ରାଜ୍ୟ ଗୃହରକ୍ଷୀ ବାହିନୀ ପୋଲିସ ମହାନିର୍ଦ୍ଦେଶକ ଦୃଷ୍ଟି ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.