ଚିକିଟୀରେ ରଥ ପଥ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତା

add-all

ଚିକିଟୀ : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ରଥ ପଥ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତାର ପରିକଳ୍ପନା ଖୁବ୍ ସ୍ୱତନ୍ତ୍ର ଏବଂ ନିଆରା । ରଥ ସମ୍ମୁଖରେ ପଥ ଉପରେ ବସି ରଥଯାତ୍ରାର ଯେକୌଣସି ଗୋଟିଏ ଦୃଶ୍ୟକୁ ଅଙ୍କିବାର ସୁଯୋଗ ବିଦ୍ୟାଳୟ ପିଲାଙ୍କୁ ପ୍ରଦାନ କରିବା କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମ । ଏହା ପୂର୍ବରୁ କୌଣସି ସ୍ଥାନରେ ରହିଥିବା ନଜିର ନାହିଁ ବୋଲି ଗବେଷକ ଡ଼ଃ ଅନନ୍ତ ରାମ କର ମତ ରଖିଛନ୍ତି । ପବିତ୍ର ରଥଯାତ୍ରା ବେଳରେ ଚିକିଟୀ ବଡ଼ ଦାଣ୍ଡରେ ଏପରି ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମର ପରିକଳ୍ପନା କରିଥିବା ସଂଯୋଜକ ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରଦୀପ ପାଣିଙ୍କୁ ମୁଖ୍ୟଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା ସାହୁ ଓ ସମ୍ମାନିତ ଅତିଥି ଚିକିଟୀ ତହସିଲଦାର ବିଶ୍ୱରଞ୍ଜନ କହଁର ପ୍ରଂଶସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିଭାବେ ଚିକିଟୀ ଏନ ଏ ସି ର ତିନି ନଂ ୱାର୍ଡ ସଭ୍ୟ ତଥା ପରିଷଦର ଉପ ସଭାପତି ହର ପ୍ରସାଦ ଚୌଧୁରୀ, ସି ଆର ସି ସି ମିନତି କୁମାରୀ ପାଠୀ, ରାଜସ୍ୱ ନିରୀକ୍ଷକ ବଳରାମ ପ୍ରଧାନ ଉପସ୍ଥିତ ରହିଥିଲେ।ଉକ୍ତ ପ୍ରତିଯୋଗିତାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କ ଚିତ୍ରାଙ୍କନ ସୃଜନୀକୁ ମୁଖ୍ୟ ବିଚାରକ ଶିକ୍ଷା ଗୁରୁ ତାଲିମ କେନ୍ଦ୍ରର ଅଵସର ପ୍ରାପ୍ତ କାଳ ଶିକ୍ଷକ ବିନୟା ନନ୍ଦ ପଟ୍ଟନାୟକ ପରଖି ଥିଲେ । ଅତିଥିଗଣ ସଭିଙ୍କୁ ପ୍ରଂଶସା ପତ୍ର, ପୁରସ୍କାର ସହିତ ଚାରା ବିତରଣ କରିଥିବା ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବନ ବନବିଭାଗ ଅଧିକାରୀ ଚିକିଟୀ, ଅରୁଣ କୁମାର ପଣ୍ଡା (ପିଣ୍ଟୁ ଫଟୋ ଷ୍ଟୁଡିଓ)ହୋଣ୍ଡା ସୋ ରୁମ ଧାନଘର, ସାନୁ ଫଟୋ ଭିଡିଓ ଓ ଫଟୋ ଷ୍ଟୁଡିଓ, ଆଦର୍ଶ ଶିକ୍ଷକ ରମାକାନ୍ତ ବେହେରା, ପ୍ରଦୀପ ସୁବୁଦ୍ଧି ପ୍ରମ୍ମୁଖ ସହଯୋଗ କରିଥିଲେ । ଉପସ୍ଥିତ ପିତାମାତା, ଅଭିଭାବକ ଏବଂ ଅଞ୍ଚଳବାସୀ ଏପରି ଏକ ସୁନ୍ଦର ଶିକ୍ଷଣୀୟ କାର୍ଯ୍ୟକ୍ରମ ଏବଂ ଆୟୋଜକଙ୍କୁ ଭୁୟସୀ ପ୍ରଂଶସା କରିଛନ୍ତି ।

ad-week
Leave A Reply

Your email address will not be published.