ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପିନେଲେ ସୁନାମାଳି

add-all

ହିଞ୍ଜିଳିକାଟୁ : ଶୁକ୍ରବାର ଭୋରରେ ଜୈନିକ ବୃଦ୍ଧା ପରିସ୍ରା କରିବାକୁ ଘର ବାହାରକୁ ଆସିଥିବା ବେଳେ ଲୁଟେରା ବୃଦ୍ଧାଙ୍କ ବେକରୁ ସୁନା ମାଳି ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ଶୁକ୍ରବାର ଭୋରରେ ହିଞ୍ଜିଳି ଥାନା ସିକିରି ଗ୍ରାମରେ ଘଟିଛି। ପ୍ରକାଶ ଯେ, ଶୁକ୍ରବାର ଭୋର ପ୍ରାୟ ସାଢେ ୨ ଘଣ୍ଟା ସମୟରେ ସିକିରି ଗ୍ରାମର ବୃଦ୍ଧା କେତା ସ୍ବାଇଁ (୮୫) ପରିସ୍ରା କରିବାକୁ ଘର ବାହାରକୁ ଆସିଥିବା। ସେହି ସମୟରେ ଜଣେ ଲୁଟେରା ହଠାତ୍ ବୃଦ୍ଧାଙ୍କ ନିକଟକୁ ଆସି ବୃଦ୍ଧାଙ୍କ ମୁହଁରେ ଗାମୁଛା ଢାଙ୍କି ବେକରୁ ପ୍ରାୟ ୨ ଭରି ଓଜନର ୨ଟି ସୁନା ମାଳି ଝାମ୍ପି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଘରୁ ବାହାରକୁ ଆସି ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ମିଳିନଥିଲା। ଘଟଣା ନେଇ ବୃଦ୍ଧା ଜଣଙ୍କ ଶୁକ୍ରବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଲୁଟେରାକୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.