ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି

add-all

ନିୟୁର୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଛି। ଟ୍ରମ୍ପ ଏବଂ ଦେଶର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ଯେତେବେଳେ ସପ୍ତାହ ଶେଷରେ ଛୁଟି କାଟିବାକୁ ନ୍ୟୁଜର୍ସିସ୍ଥିତ ନିଜ ବ୍ୟକ୍ତିଗତ ଗଲ୍ଫ କୋର୍ସରେ ଥିଲେ ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଶନିବାର ଜୁଲାଇ ୫ରେ ଏକ ବିମାନ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ(ଟିଏଫଆର) ଉଲ୍ଲଂଘନ କରି ଟ୍ରମ୍ପଙ୍କ ଗଲ୍ଫ ପଡ଼ିଆ ସୀମା କ୍ଷେତ୍ରରେ ଉଡ଼ିଥିଲା। ଏହି ଖବର ମିଳିବା ପରେ ଉତ୍ତର ଆମେରିକା ବାୟୁସେନା ପ୍ରତିରକ୍ଷା କମାଣ୍ଡ(ନୋରାଡ)ର ଲଢୁଆ ବିମାନ ତୁରନ୍ତ ପହଞ୍ଚି ଉକ୍ତ ବିମାନକୁ ଘଉଡ଼ାଇଥିଲା। ତେବେ ଗୋଟିଏ ଦିନରେ ଉକ୍ତ ବିମାନଟି ୫ଥର ନିୟମ ଉଲ୍ଲଂଘନ କରିଥିଲା। ଯାହାକୁ ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଥିଲା।

ad-week
Leave A Reply

Your email address will not be published.