ବନ୍ୟାଜଳରେ ଭାସିଗଲେ ୨୭ ଶିଶୁ, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

add-all

ଟେକ୍ସାସ : ଆମେରିକାର ଦକ୍ଷିଣ-କେନ୍ଦ୍ରାଞ୍ଚଳସ୍ଥିତ ଟେକ୍ସାସ ରାଜ୍ୟର କେର୍‌ କାଉଣ୍ଟିରେ ପ୍ରବଳ ବର୍ଷା ପରବର୍ତ୍ତୀ ବନ୍ୟା ଯୋଗୁ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୨୭ ଶିଶୁ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ଧରଣର ଅପରେସନ ଚାଲିଛି।
କେର କାଉଣ୍ଟିରେ ଏକ ଗ୍ରୀଷ୍ମକାଳୀନ ଶିବିର ଆୟୋଜନ କରାଯାଇଥିଲେ। ଏଥିରେ ୨୭ ଶିଶୁ ଅଂଶଗ୍ରହଣ କରିଥିଲେ। ଗତ ଶୁକ୍ରବାର ପ୍ରବଳ ବର୍ଷା ଯୋଗୁ ହଠାତ ବନ୍ୟା ଆସିଥିଲା। ୮ ମିଟର ଉଚ୍ଚତାରେ ବନ୍ୟାଜଳ ମାଡ଼ି ଆସିଥିଲା। ଫଳରେ ବହୁ ଲୋକଙ୍କ ଘରଦ୍ଵାର ଏବଂ ଯାନବାହନ ଭାସିଯାଇଥିଲା। ଗ୍ରୀଷ୍ମକାଳିନ ଶିବିରରେ ଥିବା ୨୭ ଶିଶୁ ବି ବନ୍ୟାଜଳରେ ଭାସିଯାଇଛନ୍ତି। ସେମାନଙ୍କ ପତ୍ତା ମିଳିନାହିଁ। ଉକ୍ତ ଅଞ୍ଚଳରେ ଏବେ ବି ବର୍ଷା ଜାରି ରହିଛି।

ad-week
Leave A Reply

Your email address will not be published.