ମହାକାଶରେ ଶେଷ ସପ୍ତାହରେ ପାଦ ଦେଲେ ଶୁଭାଂଶୁ ଶୁକ୍ଳା

add-all

ନୂଆଦିଲ୍ଳୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ମହାକାଶ ଯାଇଛନ୍ତି ଶୁଭାଂଶୁ ଶୁକ୍ଳା। ‌ଏବେ ମହାକାଶରେ ସେ ନିଜର ଶେଷ ସପ୍ତାହରେ ପାଦ ଥାପିଛନ୍ତି। ଆଜି ସେ ଦେଶ ସହ ଯୋଗାଯୋଗ କରିବେ ବୋଲି ସୂଚନା ରହିଛି। ଏବେ ମହାକାଶଚାରୀମାନେ ଏକ ବିରାଟ ବୈଜ୍ଞାନିକ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ମଙ୍ଗଳବାର ଦିନ ୨.୦୮ରେ ତାଙ୍କ କକ୍ଷପଥ ପୋଷ୍ଟରୁ ଇସ୍ରୋର ଉତ୍ତର ପୂର୍ବ ମହାକାଶ ପ୍ରୟୋଗ କେନ୍ଦ୍ର (ଏନ୍‌ଇଏସ୍‌ଏସି)ସହିତ ଯୋଗାଯୋଗ କରିବେ ଏବଂ ଛାତ୍ରମାନଙ୍କ ସହିତ ଆଲୋଚନା କରିବେ।
୪୧ ବର୍ଷ ପରେ ୨ୟ ଭାରତୀୟ ଭାବେ ମହାକାଶକୁ ଯାଇଛନ୍ତି ଶୁଭାଂଶୁ। ତେବେ ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ମଝିରୁ ଭାରତ ପାଇଁ ବାର୍ତ୍ତା ଦେଉଛନ୍ତି ଶୁଭାଂଶୁ । ପୂର୍ବରୁ ଭାରତୀୟଙ୍କୁ ନମସ୍କାର କହି ବାର୍ତ୍ତା ଦେଇଛନ୍ତି ସେ।
ଆକ୍ସିଅମ ୪, ନାସା ଓ ସ୍ପେସ୍ଏକ୍ସର ମିଳିତ ମିଶନ । ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ । ପୂର୍ବରୁ ରାକେଶ ଶର୍ମା ୧୯୮୪ରେ ମହାକାଶ ଯାଇଥିଲେ ।

ad-week
Leave A Reply

Your email address will not be published.