ମନମୋହନଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

add-all

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଦେଲେ ଏପରି ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି କହିଲେ ବିଜେପି ସଭାପତି।

ଯେଉଁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନକୁ ହଟାଇ ବିଜେପି କ୍ଷମତାକୁ ଆସିଛି ସେମାନଙ୍କୁ ବିଭିନ୍ନ ବୋର୍ଡରେ ଥଇଥାନ କେବେ ବୋଲି ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ମନମୋହନ।

ଗତକାଲି ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା କରିଥିଲା ବିଜେପି। ଆଜି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଦଳର ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶୀବାଦ ନେଇ ଦଳୀୟ ସଂଗଠନ, ମନ୍ତିମଣ୍ଡଳ ସଂପ୍ରସାରଣ ସମ୍ପର୍କରେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.