ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ

add-all

ଭୁବନେଶ୍ୱର: ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା। ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା। ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚଥିବା କହିଛନ୍ତି ସଞ୍ଜୟ ଲାଠ। ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ। ପେଟ୍ରୋଲ୍ ପମ୍ପ୍‌ରେ ଅଯଥା ଭିଡ଼ ନକରିବା ପାଇଁ ଅନୁରୋଧ କରାଯାଇଛି।

ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ମହଜୁଦ ରହିଛି। କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି। ଏହା ଏକ ସ୍ୱାଭାବିକ କଥା। ଏବେ ୨୦୦ ଟ୍ୟାଙ୍କର ଆସିଛନ୍ତି। ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି। ସରକାରଙ୍କ ସହ ଆଲୋଚନା ହୋଇଛି। ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି। ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ। ସରକାରଙ୍କ ଏଥିପ୍ରତି ପୁରା ନଜର ରହିଛି।

ସୂଚନା ଅନୁସାରେ ଗତକାଲି ଠାରୁ ପେଟ୍ରୋଲ ସରିଯିବା ଆଶଂକାରେ ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଏପରିକି ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଥିଲା । ବ୍ରହ୍ମପୁରରେ ମଧ୍ୟ ବ୍ରହ୍ମପୁରରେ ମଧ୍ୟ ପେଟ୍ରୋଲ ଟଙ୍କିରେ ଲମ୍ବା ଧାଡ଼ି ଲାଗିଥିଲା । କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଉପରେ ଉଠାଇଲେ ପ୍ରଶ୍ନ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବନ୍ଦ କରିବାରୁ ସମସ୍ୟା।

ad-week
Leave A Reply

Your email address will not be published.