ଓଲିଉଡ ଅଭିନେତା ପାର୍ଥସାରଥୀ ରାୟ ଗିରଫ

youtube

ଭୁବନେଶ୍ୱର : ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ ।  ପାର୍ଥସାରଥୀଙ୍କୁ ଗିରଫ କଲା ଭୁବନେଶ୍ବର ବଡ଼ଗଡ଼ ଥାନା ପୋଲିସ ।  ଅପହରଣ , ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା ଏବଂ ଆଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ ।  ପୂର୍ବରୁ ପାର୍ଥଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ JMFC କୋର୍ଟ ।

ତେବେ ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।

Leave A Reply

Your email address will not be published.