‘ହାତ’ ଧରିଲେ ସୁନୀତା ବିଶ୍ବାଳ

youtube

ଭୁବନେଶ୍ବର: ହେମାନନ୍ଦ ବିଶ୍ୱାଳଙ୍କ ଝିଅ  ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର “ହାତ’ ଧରିଛନ୍ତି ।  ଆସନ୍ତାକାଲି ଓଡିଶା ଗସ୍ତ କରୁଛନ୍ତି ଲୋକସଭା ବିରୋଧୀଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ ରାଜ୍ୟ କଂଗ୍ରେସ ପାଇଁ ଖୁସି ଖବର ଆସିଛି । ଦଳକୁ ଫେରିଛନ୍ତି ସୁନୀ ତା ବିଶ୍ୱାଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧଭାବେ କଂଗ୍ରେସରେ ଆଜି ଯୋଗ ଦେଇଛନ୍ତି । ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ସୁନୀତା ନିର୍ବାଚନ ଲଢିଥିଲେ । ୨ ଲକ୍ଷ ୭୭ ହଜାର ଭୋଟ ସେ ପାଇଥିଲେ । ୨୦୨୪ ନିର୍ବାଚନରେ ସୁନୀତା କଂଗ୍ରେସରେ ଯୋଗ ଦେବା ଖବର ଆସିଥିଲା । ହେଲେ ସେତେବେଳେ ସେ କଂଗ୍ରେସରେ ମିଶିନଥିଲେ । ପୁଣିଥରେ ସୁନୀତା ଆଜି ବିଦ୍ଧିବଦ୍ଧଭାବେ ବିଜେଡି ଶିବିର ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ରାହୁଲଙ୍କ ଗସ୍ତ ପୂର୍ବରୁ ସୁନୀତା କଂଗ୍ରେସରେ ସାମିଲ ହୋଇଥିବାରୁ କଂଗ୍ରେସ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଦଳକୁ ମଜବୁତ କରିବା ପାଇଁ ଚେଷ୍ଟା କରିବି, ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବି ବୋଲି ସୁନୀତା କଂଗ୍ରେସରେ ମିଶିବା ପରେ କହିଛନ୍ତି ।

Leave A Reply

Your email address will not be published.