ଗାଡି ଚେକିଂ ବେଳେ କାର୍‌ରୁ ମିଳିଲା ଏକ କ୍ୱିଣ୍ଟାଲ ରୂପା ଇଟା

youtube

ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗଞ୍ଜେଇ ଚାଲାଣ ହେବା ସନ୍ଦେହ କରି ଗାଡିକୁ ଚେକିଂ କରାଯାଇଥିଲା । ରେଙ୍ଗାଲି ତହସିଲ ନିକଟରେ ଚେକିଂ କରାଯାଉଥିବା ବେଳେ ଉକ୍ତ ଗାଡିରୁ ୧ କ୍ୱିଣ୍ଟାଲ ୧୦ କିଲୋ ରୂପା ଇଟା ଜବତ ହୋଇଛି । କାର ଭିତରେ ସିକ୍ରେଟ ଚାମ୍ବର କରି ରୂପା ଇଟା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଏହି ରୂପା ଇଟାକୁ ମାଫିଆମାନେ ରାଞ୍ଚିକୁ ଚାଲାଣ କରୁଥିଲେ ମାଫିଆ । ଏକ କାରକୁ ସୁନ୍ଦରଭାବେ ସଜ୍ଜିତ କରି ସେଥିରେ ରୂପା ଇଟା ନେଇ ଯାଉଥିଲେ । ତେବେ ଅବକାରୀ ବିଭାଗ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.