ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି: ଆଇନ୍‌ ମନ୍ତ୍ରୀ

youtube

ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି। ରଥଯାତ୍ରା ପ୍ରସଙ୍ଗରେ ରାହୁଲ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ରଥ ସବୁ ବର୍ଷ ୨ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥାଏ। ଚଳିତ ବର୍ଷ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ନନ୍ଦିଘୋଷ ଗଡ଼ିବାରେ ବିଳମ୍ବ ହୋଇଥିଲା। ତେଣୁ ବାସ୍ତବତା ଠାରୁ ଦୁରେଇ ଯାଇ ଏଭଳି ମନଗଢ଼ା କାହାଣୀ କହି ବିରୋଧୀ ଲୋକଙ୍କୁ ଭ୍ରମିତ କରନ୍ତୁ ନାହଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।   

ସୂଚନାଯୋଗ୍ୟ, ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ’ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ରଥଯାତ୍ରା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ,  ଓଡ଼ିଶାରେ ରଥଯାତ୍ରା ହେଉଛି। କୋଟିକୋଟି ଲୋକ ଆସୁଛନ୍ତି, ରଥ ଟାଣୁଛନ୍ତି। ହେଲେ ଏକ ଡ୍ରାମା ହେଉଛି, ରଥକୁ ଆଦାନୀ ଆଉ ତାଙ୍କ ପରିବାର ପାଇଁ ଅଟକାଇ ଦିଆଯାଉଛି। ଏଥିରୁ ଆପଣ ଓଡ଼ିଶା ସରକାର ବିଷୟରେ ଜାଣିପାରୁଥିବେ। ଏହା ଓଡ଼ିଶା ସରକାର ନୁହେଁ ଏହା ଆଦାନୀ ସରକାର। ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା। ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି?  

Leave A Reply

Your email address will not be published.