‘ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ, ସରକାର ନୀରବଦ୍ରଷ୍ଟା’

youtube

ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶରେ ବରମୁଣ୍ଡା ମଞ୍ଚରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଯାଇଛନ୍ତି । ରାହୁଲ କହିଛନ୍ତି, “ଏମାନେ କୁଆଡ଼େ ଗଲେ, କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡୁଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।”

‘ମୁଁ ଜଣାଇ ଦେବାକୁ ଚାହୁଁଛି ଯେତେବେଳେ ବି ଡାକନ୍ତୁ ମୁଁ ଆସିବି ଏହି ସରକାରଙ୍କ ବିରୋଧରେ ଲଢେଇ କରିବି ।’

ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି । ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ‘ଓଡିଶାରେ ଦୁଇ ବର୍ଗ ମଧ୍ୟରେ ଲଢେଇ ହେଉଛି । ଗୋଟେ ପଟେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଅନ୍ୟ ପଟେ କିଛି ଆରବପତି । ଏହି ଲଢେଇକୁ କଂଗ୍ରେସ କାର୍ଯ୍ୟକର୍ତ୍ତା ହିଁ ଜିତି ପାରିବେ । ଯେଉଁମାନଙ୍କ ଡିଏନଏରେ କଂଗ୍ରେସ ରହିଛି, ସେମାନେ ଓଡିଶାର ଜନତାଙ୍କ ରକ୍ଷା କରୁଛନ୍ତି ।’

ରାହୁଲ ଆହୁରି କହିଛନ୍ତି, ୨ କି ୩ ପ୍ରତିଶତଙ୍କ ବିକାଶ କରିବା ବିକାଶ ନୁହେଁ । ଓଡିଶାଲୋକଙ୍କ ପାଇଁ ବିକାଶ କରାଯିବା ଉଚିତ୍‌ । ଯେଉଁମାନେ ଅତ୍ୟାଚାର ହେଉଛନ୍ତି ସେମାନଙ୍କ ସହ ଛିଡା ହୋଇଛି କଂଗ୍ରେସ । ଆପଣଙ୍କ ପଟ୍ଟା ଆପଣଙ୍କୁ ଦେବ କଂଗ୍ରେସ । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକାସିରେ । ଜାତି ଜନଗଣନା ନିହାତି ଜରୁରୀ, ଏହା ସେମାନଙ୍କୁ ସଶକ୍ତ କରିବ ବୋଲି ରାହୁଲ କହିଛନ୍ତି ।

ଚାକିରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ ପଚାରିଛନ୍ତି, ‘ଆଜି ପର୍ଯ୍ୟନ୍ତ କେତେ ଚାକିରି ମିଳିଲା । କେତେ ଲୋକଙ୍କୁ ରୋଜଗାର ଦେଇଛନ୍ତି ସରକାର । ଆପଣଙ୍କୁ ଧନ ସମ୍ପତ୍ତି ନେଉଛନ୍ତି ସରକାର ।

Leave A Reply

Your email address will not be published.