ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

youtube

ନୀଳଗିରି : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ ।  କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ ଘଟିଛି ଅଘଟଣ । ମୃତ ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଶ୍ରମିକ ଓ ଜଣେ ଜେସିବି ଅପରେଟର ଅଛନ୍ତି । ମହିଳା ଶ୍ରମିକଙ୍କ ଘର ବଢେଇପଲା ଅଞ୍ଚଳର ବୋଲି ସୂଚନା ରହିଛି ।  ସ୍ଥାନୀୟ ଲୋକେ ତାଙ୍କୁ ବରହମପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ମୃତ ଦୁଇ ମହିଳା ହେଉଛନ୍ତି ବରହମପୁର ଥାନା ଅଧୀନ ଅଶୋକନାଳ ଗାଁର ମାମି ସିଂ ଓ ବଢେଇପଲା ଗାଁର ଆଲୁମଣି ସିଂ ବୋଲି ଜଣାପଡିଛି । ଜେସିବି ଅପେରଟରଙ୍କ ପରିଚୟ ଏଯାବତ ମିଳିପାରିନାହିଁ ।

Leave A Reply

Your email address will not be published.