
ଭୁବନେଶ୍ବର : ଆଜି ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ୍ ର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ଶୁଭେଛୁଙ୍କ ଭିଡ଼ ଲାଗିଛି । ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ଗତ ଦୁଇ ଦଶନ୍ଧି ଭିତରେ ଓଡ଼ିଶାରେ ନବୀନଙ୍କର ଏହା ସବୁଠୁ ବଡ଼ ଅନୁପସ୍ଥିତି ଥିଲା । ୨୧ ଦିନ ଧରି ଅନୁପସ୍ଥିତ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ବାଗତ କରିଛନ୍ତି ନେତା, କର୍ମୀ, ଶୁଭେଛୁ ଓ ଜନସାଧାରଣ ।