ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଗିରଫ ହେଲେ ଅଧ୍ୟାପକ, ଅଧ୍ୟକ୍ଷ ନିଲମ୍ବିତ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

youtube

ବାଲେଶ୍ୱର/ଭୁବନେଶ୍ୱର: ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ। ସେ କଲେଜର ଶିକ୍ଷା ବିଭାଗ ମୁଖ୍ୟ(ଏଚଓଡି) ଥିଲେ। ସମୀରଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରାଯିବା ପରେ ସହଦେବଖୁଣ୍ଟା ପୁଲିସ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି। ସେହିପରି କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ନିଲମ୍ବିତ କରାଯାଇଛି।

ତେବେ AIIMS ରେ ଛାତ୍ରୀଙ୍କୁ ଭେଟି ଫେରିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । AIIMS ରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ପୀଡିତା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

ଉଚ୍ଚଶିକ୍ଷା ମନ୍ତ୍ରୀ ପହଞ୍ଚି ପୀଡିତାଙ୍କୁ ଭେଟିବାକୁ ଯିବାବେଳେ କହିଛନ୍ତି ଅଭିଯୁକ୍ତଙ୍କ ଉପରେ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ ।  ଏ ଏକ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟ ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ଗ୍ରହଣ କରିଛନ୍ତି । Hod ଓ ପ୍ରିନ୍ସିପାଲ ଉଭୟଙ୍କୁ ସସପେଣ୍ଡ କରାଯାଇଛି । ଅଧ୍ୟାପକଙ୍କୁ ଗିରଫ କରାଯାଇଛି ।  ସେକ୍ରେଟାରୀ ସ୍ତରର ଜଣେ ଉଚ୍ଚସ୍ତରୀୟ ମହିଳା ଅଧିକାରୀ, ଜଣେ ସିନିୟର ଏକାଡେମିସିଆନ, ଅନ୍ୟ ଏକ କଲେଜର ବରିଷ୍ଠ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ ହେଉଛି ।

ଯେଉଁଭଳି ଘଟଣା ଜଣାପଡୁଛି ଏ କଥାରେ ଆମେ କଠୋରରୁ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଚିନ୍ତା କରୁଚୁ  ।  ଯେମିତି ଆଗକୁ ଏଭଳି ଘଟଣା ଘଟିବ ନାହିଁ । ପ୍ରିନ୍ସିପାଲ ଅଫିସରୁ ଆସିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଯେଉଁ ସମୟରୁ ଝିଅଟି ଅଭିଯୋଗ କରିଛି ସେସବୁ ଦିଗକୁ ଧ୍ୟାନ ଦିଆଯାଇଛି । aiims ସହ ଆଲୋଚନା କରିବି ତ୍ୱରିତ ଚିକିତ୍ସା ପାଇଁ ।  ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

Leave A Reply

Your email address will not be published.