
ଭୁବନେଶ୍ୱର,୧୪।୭: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ IMD ଆକଳନ କରିଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୋମବାର ଆକଳନ କରିଛନ୍ତି। ଅବପାତ ଜନିତ ବର୍ଷା ବନ୍ୟା ସ୍ଥିତି ଆଣିପାରେ ବୋଲି IMD ଡିଜି ଗଣମାଧ୍ୟମକୁ କହିଛନ୍ତି।
ସୋମବାର ଉତ୍ତର ଓଡ଼ିଶା ସାଙ୍ଗକୁ ମଙ୍ଗଳବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି IMD ଡିଜି ପୂର୍ବନୁମାନ କରିଛନ୍ତି। ଏପରିକି କେତୋଟି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି।
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ମହାନଦୀ ଏବଂ ବ୍ରାହ୍ମଣୀ ଅବବାହିକାରେ ବର୍ଷା ହେବ ବୋଲି IMD ଡିଜି କହିଛନ୍ତି। ଏପରିକି ଉପକୂଳରେ ପାରାଦୀପଠାରୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ IMD ଡିଜି ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷେ ଲଘୁଚାପ ପ୍ରଭାବରେ ଘଣ୍ଟାକୁ ୩୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଥିବା IMD ଡିଜି ପ୍ରକାଶ କରିଛନ୍ତି।