ସୌମ୍ୟାଶ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ, କହିଲେ ଦାୟୀ ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ

youtube

ଭୁବନେଶ୍ୱର : କଠୋର କାର୍ଯ୍ୟାନୁଷ୍ଠାନ ହେବ । ଛାତ୍ରୀ ମୃତ୍ୟୁ ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ । ଏଫଏମ କଲେଜ ଛାତ୍ରୀଙ୍କ ଦେହାନ୍ତକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ସେସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟପାଳ କହିଛନ୍ତି, ଛାତ୍ରୀଙ୍କ ଦେହାନ୍ତ କେବଳ ଏକ ଦୁଃଖଦ ଘଟଣା ନୁହେଁ। କ୍ୟାମ୍ପସକୁ ସୁରକ୍ଷିତ ରଖିବାର ଜରୁରୀ ଆବଶ୍ୟକତା ରହିଛି । ଆଇନ ତା ବାଟରେ ଯିବ । ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.