ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା, ଝାଡାବାନ୍ତିରେ ୧ ମୃତ୍ୟୁ

youtube

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।  ବିଶେଷ କରି କଣାସ ଅଞ୍ଚଳରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ରୁ ୨୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।  ଓଭର ହେଡ୍ ଟ୍ୟାଙ୍କକୁ କ୍ଲୋରିଫିକେଶନ ସହ ବାଇପାସ ଉତ୍ସ କୌଣସି ପରିସ୍ଥିତିରେ ବ୍ୟବହାର ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ବିଶୁଦ୍ଧ ପାନୀୟ ଜଳ ଯୋଗାଯାଉଛି।  ହଇଜା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।  ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।  ଆସନ୍ତା ଏକ ସପ୍ତାହ ପରେ ପୁର୍ନବାର ସ୍ଥିତିର ସମୀକ୍ଷା କରାଯିବ।

ବିଶେଷ କରି ଟ୍ୟାଙ୍କର ମାଧ୍ୟମରେ ପାଣି କେଉଁ ସୂତ୍ରରୁ ଆସିଛି ତା ଉପରେ ମଧ୍ୟ ନଜର ରଖାଯାଇଛି ।  ଦୟା ନଦୀ ଜଳ ପ୍ରଦୂଷିତ ହୋଇଛି ।  ଏତେ ବଡ ନଦୀକୁ ଏକ ସମୟରେ ବିଶୋଧନ କରିବା ସମ୍ଭବପର ନୁହେଁ । ନଦୀର ଯେଉଁ ଯେଉଁ ଉତ୍ସରୁ ପାଣି ବ୍ୟବହାର ହେଉଛି ତା ଉପରେ ମଧ୍ୟ ନଜର ରଖାଯାଇଛି ।  ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.