ୟୁଲିଆ ସ୍ବିରିଡେଙ୍କୋ: ୟୁକ୍ରେନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

add-all

କିଭ୍: ରୁଷ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ତାର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିଛି। ବୁଧବାର ଦିନ ୟୁକ୍ରେନ୍ ସଂସଦ ଭରଖେଭନା ରାଡାରେ ନିଆଯାଇଥିବା ଏକ ଐତିହାସିକ ନିଷ୍ପତ୍ତିରେ, ୟୁଲିଆ ସ୍ବିରିଡେଙ୍କୋଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା।
ୟୁକ୍ରେନ ସଂସଦରେ ଅନୁଷ୍ଠିତ ଭୋଟିଂରେ ୨୬୨ ସାଂସଦ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ, ଯେତେବେଳେ ୨୨ ବିରୋଧ କରିଥିଲେ ଏବଂ ୨୬ ସଦସ୍ୟ ଭୋଟିଂରୁ ବିରତ ରହିଥିଲେ। ଏହିପରି ବହୁମତରେ ୟୁଲିଆଙ୍କୁ ୟୁକ୍ରେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା। ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ୟୁଲିଆଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ।
ୟୁକ୍ରେନ ସଂସଦରେ ଅନୁଷ୍ଠିତ ଭୋଟିଂରେ ୨୬୨ ସାଂସଦ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ, ଯେତେବେଳେ ୨୨ ବିରୋଧ କରିଥିଲେ ଏବଂ ୨୬ ସଦସ୍ୟ ଭୋଟିଂରୁ ବିରତ ରହିଥିଲେ।
ଏହାପୂର୍ବରୁ ୟୁଲିଆ ୟୁକ୍ରେନର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଅର୍ଥନୀତି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏବେ ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଆଭ୍ୟନ୍ତରୀଣ ସ୍ଥିରତା ଏବଂ ଅର୍ଥନୈତିକ ପୁନଃନିର୍ମାଣ ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେଉଛି।

ad-week
Leave A Reply

Your email address will not be published.