ନାଟୋ ମୁଖ୍ୟଙ୍କୁ ଭାରତର କଡ଼ା ଜବାବ

add-all

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତକୁ କଡ଼ା ଚେତାବନୀ ଦେଇଥିବା ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କୁ ଦୃଢ଼ ଜବାବ ଦେଇଛି ଭାରତ। ରୁଷ ସହିତ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଭାରତ, ବ୍ରାଜିଲ, ଚୀନ ଉପରେ ସାଙ୍କସନ ଲାଗୁ କରାଯିବ ବୋଲି ରୁଟ୍‌ ଚେତାବନୀ ଦେଇଥିଲେ। ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ରୁଟ୍‌ଙ୍କ ଚେତାବନୀର କଡ଼ା ଜବାବ ଦେଇଛି।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ଆମେ ନାଟୋ ମୁଖ୍ୟଙ୍କ ମନ୍ତବ୍ୟ ସମ୍ପର୍କିତ ରିପୋର୍ଟ ଦେଖିଛୁ। ଏହା ଉପରେ କହିବାକୁ ଚାହୁଁଛୁ ଯେ, ଆମ ଦେଶବାସୀଙ୍କ ଆବଶ୍ୟକତା ପୂରଣ କରିବା ଆମ ପାଇଁ ଶ୍ରେଷ୍ଠ ପ୍ରାଥମିକତା। ପ୍ରଚଳିତ ବୈଶ୍ଵିକ ପରିସ୍ଥିତିକୁ ଦୃଷ୍ଯିରେ ରଖି ବଜାରରେ ଯାହା ସୁଯୋଗ ମିଳୁଛି ତାହା ଆଧାରରେ ଆମେ ପଦକ୍ଷେପ ନେଉଛୁ। ଏହି ପ୍ରସଙ୍ଗରେ କୌଣସି ପ୍ରକାର ଦୋମୁହାଁ ନୀତି ବିରୋଧରେ ଆମେ ସତର୍କ ରହିଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଓ୍ବାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକୀୟ ସାଂସଦ ଟମ ଟିଲିସ, ଜିଏନି ଶାହିନଙ୍କ ଉପସ୍ଥିତିରେ ନାଟୋ ମୁଖ୍ୟ ରୁଟ୍ କହିଥିଲେ, ଭାରତ, ଚୀନ ଏବଂ ବ୍ରାଜିଲ ରୁଷ ସହିତ ଅର୍ଥନୈତିକ ସମ୍ପର୍କ ଉପରେ ପୁନର୍ବିଚାର କରନ୍ତୁ, ନଚେତ ୧୦୦ ପ୍ରତିଶତ ସାଙ୍କସନର ସମ୍ମୁଖୀନ ହୁଅନ୍ତୁ। ଏହା ସହିତ ସେ ଭାରତ ସମେତ ୩ ଦେଶକୁ ରୁ​‌ଷ ଉପରେ ଚାପ ପକାଇ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.