
ନୈନିତାଲ : ଉତ୍ତରାଖଣ୍ଡର ସୁନ୍ଦର ଉପତ୍ୟକାରେ ମୁଣ୍ଡ ଟେକିଛି ଏକ ନୂଆ ବିପଦ । ଯାହାର ନାମ କିଙ୍ଗ କୋବ୍ରା । ଯେଉଁ ସାପ ଏପର୍ଯ୍ୟନ୍ତ କେବଳ ଘଞ୍ଚ ଜଙ୍ଗଲ କିମ୍ବା ତରାଇ ଅଞ୍ଚଳରେ ଦେଖାଯାଉଥିଲା, ତାହା ଏବେ ପର୍ବତଗୁଡିକର ଆବାସିକ ବସତିରେ ପହଞ୍ଚିଛି । ବନ ବିଭାଗର ସାମ୍ପ୍ରତିକ ରିପୋର୍ଟ ଅନୁସାରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ୨୦୧୫ରୁ ୨୦୨୦ ମଧ୍ୟରେ ଉତ୍ତରାଖଣ୍ଡରେ କିଙ୍ଗ କୋବ୍ରାକୁ ମୋଟ ୧୩୨ଥର ଦେଖା ଯାଇଥିବା ବେଳେ ଏବେ ନୈନିତାଲ ଜିଲାରେ ୮୩ଥର ଦେଖିବାକୁ ମିଳିଛି । ରିପୋର୍ଟରେ ଦାବି କରାଯାଇଛି ଯେ ନୈନିତାଲରେ ବର୍ଷା ଲାଗି ରହିଥିବା ବେଳେ ଜଙ୍ଗଲରେ ପାରମ୍ପରିକ ବାସସ୍ଥାନ ବାହାରେ ସର୍ବାଧିକ ସଂଖ୍ୟାରେ କିଙ୍ଗ କୋବ୍ରା ରହିଛନ୍ତି । ଫଳରେ ଭୟରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ବନ ବିଭାଗର ସାପ ଧରାଳୀ କହିଛନ୍ତି ଯେ ନୈନିତାଲର ବର୍ଦ୍ଧିତ ତାପମାତ୍ରା କିଙ୍ଗ କୋବ୍ରାଙ୍କ ସଂଖ୍ୟା ବୃଦ୍ଧି କରିବାର ମୁଖ୍ୟ କାରଣ । କିଙ୍ଗ କୋବ୍ରା ପ୍ରଥମେ ୨୦୦୬ ମସିହାରେ ନୈନିତାଲ ଜିଲାର ଭାୱାଲି ଜଙ୍ଗଲ ରେଞ୍ଜରେ ଦେଖାଯାଇଥିଲା । ଏହାପରେ ୨୦୧୨ମସିହାରେ ମୁକ୍ତେଶ୍ୱରରେ ଏକ ବିଶାଳକାୟ ୨୩୦୩ ଉଚ୍ଚତାର ସାପ ଦେଖିବାକୁ ମିଳିଥିଲା । ଏତେ ଉଚ୍ଚତାରେ କିଙ୍ଗ୍ କୋବ୍ରାର ଉପସ୍ଥିତି ସାରା ବିଶ୍ୱରେ ଏକ ରେକର୍ଡ । ଏପର୍ଯ୍ୟନ୍ତ ସେ ନୈନିତାଲରେ ଏକ ୧୮ଫୁଟ ଲମ୍ବା କିଙ୍ଗ୍ କୋବ୍ରାକୁ ଉଦ୍ଧାର କରିଛନ୍ତି ବନ ଅଧିକାରୀ । ଏପର୍ଯ୍ୟନ୍ତ ନୈନିତାଲ ଏବଂ ଆଖପାଖ ଅଞ୍ଚଳରୁ ପ୍ରାୟ ୬୦ଟି କିଙ୍ଗ୍ କୋବ୍ରାକୁ ଉଦ୍ଧାର କରାଯାଇଛି ।