ମୃତ୍ୟୁ ଓ ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା

add-all

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କ ପାଇଁ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ। ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ, ସେହିଭଳି ଉଭୟ ଆଖି, ହାତ କିମ୍ବା ଗୋଡ ନଷ୍ଟ ହେଲେ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ୨ ଲକ୍ଷ ଟଙ୍କା ଏବଂ ଯଦି ଗୋଟିଏ ଆଖି କିମ୍ବା ଗୋଟିଏ ହାତ କିମ୍ବା ଗୋଡ ନଷ୍ଟ ହୁଏ ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
ସାମ୍ବିଧାନିକ ବ୍ୟବସ୍ଥାରେ ପଞ୍ଚାୟତ ପ୍ରତିନିଧି ମାନେ ହେଉଛନ୍ତି ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧି। ସେମାନେ ସିଧାସଳଖ ଲୋକଙ୍କ ସହ ଯୋଡିହୋଇ ରହିଥାନ୍ତି। ଲୋକଙ୍କ ସୁବିଧା ଅସୁବିଧାରେ ସେମାନଙ୍କୁ ସହାୟତା କରନ୍ତି। ଗ୍ରାମାଞ୍ଚଳ ବିକାଶରେ ସେମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଥାଏ। କିନ୍ତୁ, ସେମାନଙ୍କ କ୍ଷେତ୍ରରେ କୌଣସି ଦୁର୍ଘଟଣା ଘଟିଲେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.