ଲାଲୁଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଚାକିରି ପାଇଁ ଜମି ମାମଲାରେ ଦେଲେନି ରହିତାଦେଶ

add-all

ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଦେବାକୁ ଶୁକ୍ରବାର ମନା କରିଦେବା ପରେ ଲାଲୁଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଲୁଙ୍କ ପକ୍ଷରୁ ଏ ନେଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଶୁଣାଣି ଜାରି ରହିଥିବା ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ। ମାମଲାର ବିଚାର ପ୍ରକ୍ରିୟା ଉପରେ କୌଣସି ରହିତାଦେଶ ଦିଆଯିବ ନାହିଁ। ମାମଲାର ଶୁଣାଣି ଜାରି ରହିବ। ହାଇକୋର୍ଟ ତ୍ଵରିତ ବେଗରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଲାଲୁଙ୍କ ବୟସକୁ ଦୃଷ୍ଟିରେ ରଖି ମାମଲାର ଶୁଣାଣି ପ୍ରକ୍ରିୟା ସମୟରେ ସେ ବ୍ୟକ୍ତିଗତ ରୂପେ ଅଦାଲତରେ ହାଜର ହେବା ଦରକାର ନାହିଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ad-week
Leave A Reply

Your email address will not be published.