
କଟକ : ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏହାରି ଭିତରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଥିଲା । ଏଥିରେ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ ବୋଲି କୁହାଯାଇଥିଲା । ଏହାରି ଭିତରେ ପୁନର୍ବାର ବିଜ୍ଞପ୍ତିକୁ ପ୍ରତ୍ୟାହୃତ କରି ନେଲେ ରେଭେନ୍ସା କର୍ତ୍ତୃପକ୍ଷ । ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।