ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ

youtube

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଗିରଫ ଯୁବକ ଜଣକ ହେଲେ ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଶରଧାପୁର ଗାଁର ଏହି ଯୁବ ନେତା ଜଣଙ୍କ ଜଣେ ଯୁବତୀଙ୍କୁ ଅନେକ ଦିନ ହେଲା ହଇରାଣ ହରକତ କରୁଥିଲେ । ତାଙ୍କୁ ବିଭିନ୍ନ ନମ୍ବରରୁ ଫୋନ କରି ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ଯୁବତୀ ଜଣଙ୍କ ଯିବା ଆସିବା କରିବା ବେଳେ ତାଙ୍କୁ ବାଟରେ ଅଟକାଇ ଅସଦାଚରଣ କରିବା ସହ ମାଡ ମାରିବାକୁ ଧମକାଉଥିଲେ ।

ବିଭିନ୍ନ ସମୟରେ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ । ଏସବୁ ଘଟଣା ବାରମ୍ବାର ଘଟିବା ଫଳରେ ଯୁବତୀ ଜଣଙ୍କ ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଯୁବ ନେତା ସୁଦୀପ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.