ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର

youtube

କେନ୍ଦ୍ରାପଡା: ଘରେ ପାଣି, ଗାଁ ଚାରିପଟେ ପାଣି। ବନ୍ୟା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଏପଟେ ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ ଦେଖାଦେଇଛି । ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଭୟଭୀତ ଅଛନ୍ତି । ଚଉଦ କୁଲାଟ ଅଞ୍ଚଳରେ ବୁଲୁଛନ୍ତି ବହୁ କୁମ୍ଭୀର । ରାତିରେ ଘରୁ ବାହାରିବାକୁ ଡରୁଛନ୍ତି ।

ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଥିବାରୁ କୁମ୍ଭୀରମାନେ ନଦୀରୁ ବାହାରି ଗାଁ ଅଞ୍ଚଳକୁ ପଶି ଆସିଛନ୍ତି । ଏହି ସମସ୍ୟା ସବୁଠାରୁ ଅଧିକ ଦେଖାଦେଇଛି ଚଉଦ କୁଲାଟ ଅଞ୍ଚଳରେ, ଯେଉଁଠାରେ କୁମ୍ଭୀରଙ୍କ ଉପସ୍ଥିତି ଯୋଗୁଁ ଆତଙ୍କ ମଧ୍ୟରେ ରହିଛନ୍ତି ଗ୍ରାମବାସୀ ।

ସୂଚନାଥାଉକି, ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ରାଜନଗର, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି । ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ଠପ୍ ହୋଇଛି । ବନ୍ୟା ଯୋଗୁଁ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ମାନପୁର-ଗୋବିନ୍ଦପୁର ରାସ୍ତାରେ ୭ଫୁଟ୍‌ ଉଚ୍ଚର ବନ୍ୟାପାଣି ଚାଲୁଛି । ଏପଟେ ରାଜନଗର ଅଞ୍ଚଳର ପ୍ରାୟ ୩୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ ।

Leave A Reply

Your email address will not be published.