ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲା: ପେଟ୍ରୋଲ ପମ୍ପରୁ ମିଳିଲା ବଡ଼ ପ୍ରମାଣ

add-all

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ନୂଆ ସୁରାକ୍। ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି।

ଗତ ୧୨ ତାରିଖରେ ଜୀବନ ହାରିଥିବା ଉଦ୍ୟମ କରିଥିବା ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରୁ ବାହାରି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ପ୍ରକୋଷ୍ଠରେ କଣ ଘଟିଥିଲା । ପ୍ରିନ୍ସପାଲଙ୍କ ସହ ମିଟିଂ ପୂର୍ବରୁ ନା ପରେ ଆସିଥିଲା ପେଟ୍ରୋଲ । ସେନେଇ ତନାଘନା ଜାରି ରହିଛି।

ତାରିଣୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ସୂଚନା ଅନୁସାରେ ଜଣେ ଯୁବତୀ ବୋତଲରେ ପେଟ୍ରୋଲ ନେଇଥିଲେ। ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ପେଟ୍ରୋଲ ନେଇଥିଲେ। ସେହି ପେଟ୍ରୋଲରେ କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ତେବେ ସମ୍ପୃକ୍ତ ଯୁବତୀ ଜଣକ କିଏ ସେ ସମ୍ପର୍କରେ ତଦନ୍ତକାରୀ ଦଳ ଭିଡ଼ିଓ ଫୁଟେଜ ଓ ଅନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ଫଳରେ କ୍ରାଇମବ୍ରାଞ୍ଚ ଟିମକୁ ଏକ ବଡ଼ ସୁରାକ ଲାଗିଥିବା କୁହାଯାଉଛି। ସମ୍ପୃକ୍ତ ଯୁବତୀଙ୍କୁ ଚିହ୍ନଟ କରି ପଚରାଉଚରା କଲେ ସେ କାହା ପାଇଁ ଓ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ ତାହା ଅଧିକ ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.