
ପିପିଲି : ବଳଙ୍ଗା ବାୟାବର ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଗୁରୁତର ଛାତ୍ରୀଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ଶରୀର ପ୍ରାୟ ୭୦ ପ୍ରତିଶତ ଜଳିଯାଇଥିବା ଏମସ ପକ୍ଷରୁ ସୂଚନା । ଏମସ ବର୍ଣ୍ଣ ୟୁନିଟରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ସ୍ବତନ୍ତ୍ର ଟିମ୍ ମଧ୍ୟ ତନାଘନା କରୁଛି । ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିଆଁ ଲଗାଇଦେଇଥିଲେ। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ପିପିଲି ପରେ ଏମସକୁ ସ୍ଥାନାନ୍ତର କରାଯାଇଛି ।