
ଯାଜପୁର: ଏବେ ଅଶାନ୍ତ ହୋଇପଡିଛି ଓଡିଶା । ଲଗାତାର କିଛି ଦିନ ହେବ ଚାରିଆଡୁ ଖାଲି ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ନିକଟରେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଘଟଣା ହେଉ କି ସେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ବଳଙ୍ଗାର ଯୁକ୍ତ ଦୁଇ ଛାତ୍ରୀଙ୍କୁ ପୋଡିବା ଘଟଣା । ଏହି ଘଟଣା ମନରୁ ନ ଲିଭୁଣୁ ଆଜି ଯାଜପୁରରେ ପୁଣି ଏକ ଲଜ୍ଜ୍ୟା ଘଟଣା ସାମ୍ନାକୁ ଆସିଛି ।
ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା ସାମ୍ନାକୁ ଆସିଛି । ହକି ଷ୍ଟାଡିୟମର ହକି କୋଚ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଦ୍ଵାରା ଅସଦାଚରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ଖବର ମୁତାବକ, ଗତ ୩ ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ନେଉଥିଲେ । କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କ ନାଁରେ ଟାଉନ ଥାନାରେ ହୋଇଛି ଅଭିଯୋଗ । ପୀଡିତାଙ୍କ ଜିଲ୍ଲା କୋର୍ଟରେ ବୟାନ ରେକର୍ଡ ହୋଇଛି । ଅଭିଯୋଗ ପରେ ହକି କୋଚଙ୍କୁ ଉଠାଇ ନେଇଛି ଯାଜପୁର ଟାଉନ ଥାନା ପୋଲିସ ।