୩୮ ଦିନ ପରେ ଫେରିଗଲା ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

add-all

କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ୩୮ ଦିନ ଅଚଳ ରହିବା ପରେ ବ୍ରିଟିଶ ରୟାଲ ନୌସେନାର ଏଫ-୩୫ ଲଢ଼ୁଆ ବିମାନ ସ୍ୱଦେଶ ଫେରିଯାଇଛି। ଜୁନ୍ ୧୪ ତାରିଖରୁ ବିମାନଟି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ମଝି ଆକାଶରେ ଉଡାଣ ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୃକ୍ତ ଲଢୁଆ ବିମାନଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଗମ୍ଭୀର ଇଞ୍ଜିନିୟରିଂ ସମସ୍ୟା ସୃଷ୍ଟି ହୋଇଥିଲା।

ତେବେ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ଏଫ-୩୫ ୩୮ ଦିନ ଧରି ବିମାନବନ୍ଦରରେ ରହିବା ଏବଂ ଇଞ୍ଜିନିଅରମାନେ ଯାନ୍ତ୍ରିକ ତ୍ରୁଟି ସଜାଡି ନ ପାରିବା ସମାଲୋଚନାକୁ ଖୋରାକ ଯୋଗାଇଥିଲା। ତେବେ ବିମାନରେ କେଉଁ ପ୍ରକାର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ତାହା ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନ ଥିବା ବେଳେ ବ୍ରିଟିଶ ହାଇକମିସନ୍ ମଙ୍ଗଳବାର ନିଶ୍ଚିତ କରିଛି ଯେ ଆବଶ୍ୟକୀୟ ମରାମତି ସଫଳ ଭାବରେ ଶେଷ ହେବା ପରେ ଯୁଦ୍ଧ ବିମାନଟି ଫେରି ଯାଇଛି।

ad-week
Leave A Reply

Your email address will not be published.