ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଅଟକ

add-all

ବାଲେଶ୍ବର: ପୁଣି ବାଲେଶ୍ବରରେ ଏଫଏମ୍ କଲେଜ ଘଟଣାର ପୁନରାବୃତ୍ତି ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ବିଦ୍ୟାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ରାଇବଣିଆ ଥାନା ଅନ୍ତର୍ଗତ ଚମାର ଗାଁ ସ୍ଥିତ ପିଏନ ହାଇସ୍କୁଲରେ ପଢୁଥିବା ଜନୈକା ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଗଣିତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଦୀର୍ଘ ୩ ମାସ ଧରି ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସାଦାଚରଣ କରି ଆସୁଥିଲେ । ଏଥିରେ ଛାତ୍ରୀ ଜଣକ ବାରଣ କରିବାରୁ ଶିକ୍ଷକ ତାଙ୍କୁ ପରୀକ୍ଷାରେ ଫେଲ କରାଇ ଦେବାକୁ ଧମକ ଦେଉ ଥିଲେ ।

ମାତ୍ର ଭୟରେ ଛାତ୍ରୀ ଜଣକ ଏକଥା ଘରେ ନଜଣାଇ ୮ ଦିନ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ, କିନ୍ତୁ ପ୍ରଧାନ ଶିକ୍ଷକ କିଛି ନବୁଝିବାରୁ ଛାତ୍ରୀ ଜଣକ ଏକଥା ତାଙ୍କ ମାଆଙ୍କୁ ଜଣାଇବା ସହ ଆଉ ସ୍କୁଲ ଯିବ ନାହିଁ ବୋଲି କହିଥିଲା, ଛାତ୍ରୀ ଜଣକର ମାନସିକ ଭାରସାମ୍ୟ ହରାଇଥିବାରୁ ତାଙ୍କର ମାଆ ଗତକାଲି ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ରାଇବଣିଆ ପୋଲିସ ଉଭୟ ଗଣିତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଏବଂ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

ad-week
Leave A Reply

Your email address will not be published.