ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ: ନବୀନ

add-all

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯାଜପୁରରେ ଦୁଷ୍କର୍ମ, ଜଗତସିଂହପୁର, ମାଲକାନଗିରିରେ ଗଣଦୁଷ୍କର୍ମ ଓ ପୁରୀରେ ଯୌନ ନିର୍ଯାତନା ଆମକୁ ମର୍ମାହତ କରିଛି। ରାଜ୍ୟରେ ମହିଳାଙ୍କ ବିରୋଧରେ ଦିନକୁ ଦିନ ବଢୁଥିବା ହିଂସା ବିଚଳିତ କରୁଛି।

ସୋସିଆଲ ମିଡିଆ ‘ଏକ୍ସ’ରେ ନବୀନ କହିଛନ୍ତି, ମହିଳାଙ୍କ ପାଇଁ ଉଭୟ ସହର ଓ ଗାଁର ରାସ୍ତା ଦିନକୁଦିନ ଅସୁରକ୍ଷିତ ହୋଇପଡୁଛି। ଦିନ ବେଳା ମହିଳାଙ୍କ ବିରୋଧରେ ହିଂସା କରାଯାଉଛି। ଜଣେ ଯୁବ ଛାତ୍ରୀ ଯେତେବେଳେ ସ୍କୁଲ, କଲେଜ ଏବଂ ଟ୍ୟୁସନରୁ ଘରକୁ ଫେରୁଛି, ସେ ସୁରକ୍ଷିତ ମନେ କରୁନାହିଁ। ଏମାନେ ପ୍ରତିଦିନ ବିପଦର ସାମ୍ନା କରୁଛନ୍ତି। ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି।

ad-week
Leave A Reply

Your email address will not be published.