କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ

add-all

ଭୁବନେଶ୍ବର: କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ। ଆଜି ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩ ସମ୍ପର୍କରେ ସୂଚନା ଦେଇ ସେ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ।
କର୍ମକ୍ଷେତ୍ରରେ କିଭଳି ଯୌନ ନିର୍ଯାତନା ରୋକାଯାଇପାରିବ ସେ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଲୋକସେବା ଭବନର ଉଭୟ ପୁରୁଷ ଓ ମହିଳା କର୍ମଚାରୀ ସାମିଲ ହୋଇଥିଲେ। ଏହି କର୍ମଶାଳାରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, “କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ। କାହା ପ୍ରତି ପାତର ଅନ୍ତର କରନ୍ତୁ ନାହିଁ। ମୋର ଅନୁରୋଧ ଯେ, ଯଦି କେହି ଅଶାଳୀନ ଭାବେ ସ୍ପର୍ଶ କରୁଛି ତେବେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ଓ ବିରୋଧ କରନ୍ତୁ। ସ୍ବର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ। କିନ୍ତୁ ନିଜ କ୍ଷମତାର ଦୁରୁପଯୋଗ କରି କୌଣସି ପୁରୁଷଙ୍କ ବିରୋଧରେ ମିଛ ଅଭିଯୋଗ ଆଣନ୍ତୁ ନାହିଁ। ସମସ୍ତେ ଅନେକ ପରିଶ୍ରମ କରି ଏଠାକୁ ଆସିଛନ୍ତି। କାହାର ପରିଶ୍ରମକୁ ବୃଥା ଯିବାକୁ ଦିଅନ୍ତୁ ନାହିଁ।”

ad-week
Leave A Reply

Your email address will not be published.